कोलकत्ता (Kolkatta)

ଗଜପତି ମହାରାଜ ଶ୍ରୀ ଶ୍ରୀ ଦିବ୍ୟସିଂହଦେବ ମହାରାଜଙ୍କ କରକମଳରେ ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ନିଧି ସମର୍ପଣ ଓ ସଂପର୍କ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର: ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଓଡିଶାର ତିନିକୋଟି ଭକ୍ତଙ୍କର ସହଯୋଗ ପ୍ରାପ୍ତି ନିମନ୍ତେ ନିଧି ସମର୍ପଣ ଓ ସଂପର୍କ ଅଭିଯାନ ଗଜପତି ମହାରାଜ ଶ୍ରୀ ଶ୍ରୀ ଦିବ୍ୟସିଂହଦେବ ମହାରାଜଙ୍କ କରକମଳରେ ଶୁଭ ଉଦ୍‌ଘାଟିତ ହୋଇ ଯାଇଛି । ଆଜି ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି, ଓଡିଶାର ଅଧ୍ୟକ୍ଷ ପ୍ରଫେସର ଡଃ.ପ୍ରଫୁଲ ମିଶ୍ର, ଉପାଧ୍ୟକ୍ଷ ଶ୍ରୀ ମନସୁଖଲାଲ ସେଠିଆ, ସମ୍ପାଦକ ଶ୍ରୀ ଗୋପାଳ ପ୍ରସାଦ ମହାପାତ୍ର ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ସଂଘଚାଳକ ଶ୍ରୀ ସମୀର କୁମାର ମହାନ୍ତି ଭୁବନେଶ୍ୱରର ସହିଦନଗର ସ୍ଥିତ ଗଜପତିଙ୍କ ବାସଭବନ ଦିବ୍ୟଧାମରେ ପଂହଛି ଥିଲେ । ଗଜପତି ମହାରାଜ ଓ ମହାରାଣୀ ସ୍ୱାଗତ କରିବା ସହିତ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ନିଜର ସହଯୋଗ ନିଧି ପୁଷ୍ପାର୍ପଣ ସହିତ ସମର୍ପଣ କରିଥିଲେ । ସମିତି ତରଫରୁ ଗଜପତି ମହାରାଜଙ୍କ ପରିବାରକୁ ନିଧି ସମର୍ପଣର ରସଦି, ଶ୍ରୀରାମ ମନ୍ଦିରର ଫଟୋ ଓ ଶ୍ରୀରାମ ମନ୍ଦିର ସଂପର୍କିତ ପରିକଳ୍ପନା ତଥ୍ୟାବଳୀ ପ୍ରଦାନ କରାଯାଇଥିଲା ।
ଶ୍ରୀଶ୍ରୀ ଗଜପତି ମହାରାଜ ନିଧି ସମର୍ପଣ କରି କହିଲେ ଯେ ଶ୍ରୀରାମ ମନ୍ଦିର ନିର୍ମାଣ କାମ ଅତିଶୀଘ୍ର ଆରମ୍ଭ ହେଉ ଓ ଅତିଶୀଘ୍ର ଶେଷ ହେଉ । ସମସ୍ତେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟରେ ନିଜର ସହଯୋଗର ହାତ ବଢାନ୍ତୁ ।
ଏହାପରେ ସମିତିର କାର୍ଯ୍ୟକର୍ତାମାନେ ଓଡିଶାର ରାଜଭବନକୁ ଯାଇଥିଲେ । ସେଠାରେ ମହାମହିମ ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀଲାଲ ମନ୍ଦିର ନିର୍ମାଣ ପାଇଁ ନିଧି ସମର୍ପଣ କରିଥିଲେ ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ବୈଜୟନ୍ତ ପଣ୍ଡା, ସମ୍ବାଦର ସଂପାଦକ ଶ୍ରୀ ସୌମ୍ୟ ରଂଜନ ପଟ୍ଟନାୟକ, ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ନିଧି ସର୍ମପଣ କରିଥିଲେ । ଏଥି ସହିତ ଅନେକ ମାଣ୍ୟଗଣ୍ୟ ବ୍ୟକ୍ତି ତଥା ସହରର ବିଭିନ୍ନ ବସ୍ତିରେ ରାମଭକ୍ତ ଭାଇ ଭଉଣୀ ମାନେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ନିଧି ସମର୍ପଣ କରିଛନ୍ତି ।
ସୂଚନା ଯୋଗ୍ୟ ଯେ,ଏହି ଅଭିଯାନ ୧୪ ଜାନୁୟାରୀରୁ ୨୭ ଫେବୃୟାରୀ ପର୍ଯ୍ୟନ୍ତ ଚାଲିବ । ଏହି କ୍ରମରେ ପୂର୍ବ ଓଡିଶାରେ ଜାନୁୟାରୀ ୧୫ ତାରିଖରୁ ଜାନୁୟାରୀ ୩୦ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବାକୁ ଥିବା ବେଳେ ପଶ୍ଚିମ ଓଡିଶାରେ ଜାନୁଆରୀ ୨୫ରୁ ଆରମ୍ଭ ହୋଇ ଫେବୃଆରୀ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ପୂର୍ବ ଓଡିଶାରେ କାର୍ଯ୍ୟକର୍ତାମାନଙ୍କ ମାଧ୍ୟମରେ ୧୬ଟି ଜିଲ୍ଲାର ୩୨,୦୦୦ ଗାଁକୁ ସଂପର୍କ କରାଯିବ । ସେହିପରି ପଶ୍ଚିମ ଓଡିଶାରେ ୧୪ଟି ଜିଲ୍ଲାରେ କାର୍ଯ୍ୟକର୍ତାମାନଙ୍କ ମାଧ୍ୟମରେ ୧୯,୦୦୭ ଗାଁକୁ ସଂପର୍କ କରାଯିବ ବୋଲି ଯୋଜନା କରାଯାଇଛି । ଓଡିଶାରେ ତିନି କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କୁ ସଂପର୍କ କରାଯାଇ ନିଧି ସଂଗ୍ରହ କରାଯିବ ବୋଲି ସ୍ଥିର କରାଯାଇଛି । ସମିତିର କର୍ମକର୍ତାମାନେ ଘରକୁ ଘର ଯାଇ ସଂପର୍କ କରିବା ସହିତ ନିଧି ସଂଗ୍ରହ କରିବେ । ଏଥିପାଇଁ ୧୦ଟଙ୍କା ,୧୦୦ଟଙ୍କା ଓ ୧୦୦୦ଟଙ୍କା ପରିମାଣର କୁପନ ମାଧ୍ୟମରେ ନିଧି ସଂଗ୍ରହର ଯୋଜନା ପ୍ରସ୍ତୁତ କରାଯାଇଛି । ଏତଦ୍ ବ୍ୟତୀତ ନିର୍ଦ୍ଧାରିତ କୁପନ ପରିମାଣରୁ ଅଧିକ ରାଶି ସମର୍ପଣ ପାଇଁ ରସିଦର ବ୍ୟବସ୍ଥା ମଧ୍ୟ କରାଯାଇଅଛି । ଏହି ପବିତ୍ର କାର୍ଯ୍ୟରେ ଯଥାଶକ୍ତି ଯୋଗଦାନ କରି ଆପଣାମାନେ ପୁଣ୍ୟକାର୍ଯ୍ୟରେ ସହଭାଗୀ ହୁଅନ୍ତୁ ବୋଲି ସମିତିର ସଂପାଦକ ଶ୍ରୀ ମହାପାତ୍ର ନିବେଦନ କରିଛନ୍ତି ।

 

Shri Narabahadur Khatiwara played a very important role during merger of Sikkim with India in 1975. He along with his nonagenarian mother donated nidhi for Shri Ram Janmabhoomi Mandir Nirman. Uttarbanga Prant Pracharak Shri Shyama Charan Roy and other karyakartas were present.

 

Shri Prem Singh Tamang Golay, Chief Minister of Sikkim is doing Nidhi Samarpan for Shri Ram Janmabhoomi Mandir Nirman at his residence. Shri Somnath Pandey, Sikkim Abhiyan Pramukh, and other karyakartas were present.

 

Octogenarian janajati brother Shri Nandalal Rautia and his son from Naxalbari Tea Estate ( Naxalbari: the land from where naxalita movement spread all over India) in Darjeeling district are doing Nidhi Samarpan for Shri Ram Janmabhoomi Mandir Nirman. Both of them work in this tea garden.
Shri Bhajan Biswas (in yellow shirt) from Naxalbari (land from where naxalite movement spread all over India), Dist Darjeeling did his KARSEVA in 1990s and is doing Nidhi Samarpan for Shri Ram Janmabhoomi Mandir Nirman.